ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ରେଳ ଷ୍ଟେସନ ନିକଟ ସିଲେଟପଡ଼ା ଦେଇ ଯାଇଥିବା ରେଳ ପୋଲ ତଳୁ ଶନିବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଟିଟିଲାଗଡ଼ ଜିଆର୍‌ପି ଉଦ୍ଧାର କରିଛି। ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଏକ ଟ୍ରେନ୍‌ରୁ ସେ ଖସିପଡ଼ିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ଶନିବାର ସକାଳୁ ସିଲେଟପଡ଼ାର କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ପୋଲ ତଳେ ପଡ଼ିଥିବା ଦେଖି ସଇନ୍ତଳା ରେଳ ଷ୍ଟେସନକୁ ଖବର ଦେଇଥିଲେ। ଷ୍ଟେସନମାଷ୍ଟର ଜିଆର୍‌ପିକୁ ଖବର ଦେବାରୁ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।