ଉମରକୋଟ: ଦେଶର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନେ ଯେପରି ଅଧାରୁ ପାଠ ନଛାଡନ୍ତି ସେଥିପାଇଁ ପିଲାଙ୍କୁ ମାଗଣା ଶିକ୍ଷା ସହ ବହି, ପୋଷାକ, ଜୋତା, ମଧ୍ୟାହ୍ନ ଭୋଜନ ଆଦିର ବ୍ୟବସ୍ଥା କରିଛନ୍ତି। ତେବେ ଉମରକୋଟ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି। କରୋନା ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣି ପିଲାଙ୍କ ପାଠ ପଢ଼ା ପୁରା ବନ୍ଦ ହୋଇସାରିଥିବା ବେଳେ ଏହାର ସୁଯୋଗ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କିଛି ଖଳ ପ୍ରକୃତି ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ମାଗଣା ସ୍କୁଲ ବହି ପିଲାଙ୍କୁ ବଣ୍ଟନ ନକରିଥିବାରୁ ତାହା ଏବେ ଦୋକାନରେ ଗଡୁଛି।

Advertisment

ସୂଚନା ଅନୁସାରେ ଉମରକୋଟସ୍ଥିତ ଏକ ଦୋକାନରେ ଏହିପରି ଅନେକ ସ୍କୁଲ ବହି ବିକା ଯାଇଥିବା ଅଭିଯୋଗ ହେଇଛି। ବିଇଓ, ଏବିଇଓ, ସିଆରସି ଇତ୍ୟାଦି କର୍ମଚାରୀଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ବିଦ୍ୟାଳୟ ଗୁଡ଼ିକରେ ଠିକ ଭାବରେ ମୋନିଟରିଂ ହେଉ ନଥିବାରୁ ଏହାର ସୁଯୋଗ ନେଇ କିଛି ଶିକ୍ଷକ ଏହି ସରକାରୀ ବହି ମାନଙ୍କୁ ବିକ୍ରି କରିଥିବା ଅଭିଯୋଗ ହେଇଛି। ଏଣେ କିନ୍ତୁ କିଛି ଅସାଧୁ ଶିକ୍ଷକ ଏବଂ ସ୍କୁଲ କର୍ତ୍ତୁପକ୍ଷ ଏହି ବହି ଗୁଡିକୁ ପିଲାଙ୍କୁ ନ ବାଣ୍ଟି ସାମାନ୍ୟ କେଇଟା ଟଙ୍କା ପାଇଁ ବାହାରେ ବିକ୍ରୀ କରିବ। ପାଇଁ ପଛାଉନାହାନ୍ତି। ତେବେ ଏନେଇ ଆମେ ଉମରକୋଟ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ। କିଏ ଏବଂ କାହିଁକି ଏହି ବହି ବିକିଛନ୍ତି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।