ହରିପୁର: ବୁଧବାର ଥିଲା ବାହାଘର। ଉଭୟ କନ୍ୟା ଏବଂ ବରପକ୍ଷଙ୍କ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଥିଲେ। ହେଲେ ବିବାହ ପୂର୍ବରୁ ବର ନିଖୋଜ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଯାଜପୁର ସଦର ଥାନା ଅନ୍ତର୍ଗତ ସିମିଳିଆ ପଞ୍ଚାୟତ ସିମିଳିଆ ଗ୍ରାମର ବୈଦନାଥ ନାୟକଙ୍କ ସାନପୁଅ ନିହାର ରଞ୍ଜନଙ୍କ ଆଜି ବାହାଘର ଥିଲା। ହେଲେ ଗତ ୩୦ ତାରିଖ ଅପରାହ୍ଣରେ ପୋଷାକ କିଣିବାକୁ ହରିପୁର ହାଟକୁ ଯାଇଥିବା ନିହାର ରଞ୍ଜନଙ୍କ ପତ୍ତା ମିଳୁନାହିଁ। ମଙ୍ଗଳବାର ରାତି ୮ଟା ପରେ ତାଙ୍କ ମୋବାଇଲ୍‌ ଫୋନ୍ ମଧ୍ୟ ସୁଇଚ୍ ଅଫ୍‌ ହୋଇଯାଇଥିଲା।

Advertisment

ରାତିସାରା ଖୋଜା ଖୋଜି କରି ତାଙ୍କ ପତ୍ତା ନମିଳିବାରୁ ବଡ଼ଭାଇ ସମୀର ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ଥାନା କେସ୍‌ ନମ୍ବର ୩୮/୨୩ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ନିହାରଙ୍କ ମୋବାଇଲ ଲୋକେସନ ଯାଞ୍ଚ କରିଥିବା ବେଳେ ତାହା ଧର୍ମଶାଳା ଅଞ୍ଚଳରେ ଶେଷ ବ୍ୟବହାର ହୋଇ ସୁଇଚ ଅଫ୍ ହୋଇଥିବା ଜଣାପଡ଼ିଛି।