ଆନନ୍ଦପୁର: ଘସିପୁରା ବ୍ଲକ୍‌ ବରମାଳ ଗ୍ରାମର ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସେହି ଗ୍ରାମର ସୁନିଆ ଖଟୁଆ (୪୫)। ସୁନିଆ ସାଇକଲରେ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ଦିନ ପ୍ରାୟ ସାଢ଼େ ଦୁଇଟାବେଳେ କାଠ ନେଇ ଫେରୁଥିବା ବେଳେ ରାସ୍ତାରେ ଟଳି ପଡିଥିଲେ।

Advertisment

ତାଙ୍କୁ ତୁରନ୍ତ କେଶଦୁରାପାଳ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଗରମ ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।