କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ସ୍ବତନ୍ତ୍ର ଆଦିବାସୀ ଜିଲ୍ଲା ମାନ୍ୟତା ଦାବି ଜୋର୍ ଧରିଛି। ମଙ୍ଗଳବାର ଦାବି ଦିବସରେ କୁଚିଣ୍ଡା ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ବାର୍ ସଭାପତି ପ୍ରମୋଦ ଛୁରିଆଙ୍କ ସଭାପତିତ୍ବରେ ବାର୍ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

Advertisment

ଆଗାମୀ ଜୁନ୍ ୨୨ ତାରିଖ ସୁଦ୍ଧା ସରକାର କୁଚିଣ୍ଡାକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଘୋଷଣା ନ କଲେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଜୁନ୍ ୨୩ ତାରିଖ କୁଚିଣ୍ଡା ବନ୍ଦ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।