କୋଟିଆରେ ଗ୍ରାମସଭା: ମନରେଗା ସହ କାର୍ଯ୍ୟଖସଡା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆରେ ସ୍ବତନ୍ତ୍ର ଗ୍ରାମସଭା କରିଛି ଜିଲ୍ଲା ପ୍ରଶାସନ। ୨୦୨୨ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ବିଭିନ୍ନ ଯୋଜନା ସହ ଆର୍ଥିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗ୍ରାମପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନରେ ମୃର୍ତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, କୃଷି, ପ୍ରାଣୀଧନ ବିଭାଗ, ଜଳ ଜୀବନ ମିଶନ ସହ ମନରେଗାକୁ ନେଇ ଏହି କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଗ୍ରାମ ସଭାର ବୃତ୍ତଚିତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଜିଲ୍ଲା ପ୍ରାଶାସନର ବରିଷ୍ଠ ଅଧିକାରୀ, କୋଟିଆର ସରପଞ୍ଚ, ଏନଆରଏମ ସଂଯୋଜକ, ଏପିଓ, ଏସଏସଜି, ଏନଜିଓଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। କୋଟିଆ ପଞ୍ଚାୟତର ସବୁ ଗାଁରୁ ଲୋକେ ଆସ ଏହିଠାରେ ଉପସ୍ଥିତ ରହିଥିଲେ। ଗାଁର ବିକାଶ କରାଯିବାକୁ ବହୁବିଧ ଯୋଜନା ଉପରେ ଆଲୋକପାତ ‌ହୋଇଥିଲା। ଆସନ୍ତା ଆର୍ଥିକ ବର୍ଷରେ କେଉଁ କ୍ଷେତ୍ରରେ କେତେ ଅର୍ଥ ବ୍ୟୟବରାଦ ହେବ ତାହାର ବିବରଣୀ ପାଠ ହୋଇଥିଲା।

ତେବେ କୋଟିଆରେ ପୂର୍ବରୁ ବହୁବାର ଗ୍ରାମ ସଭା ହୋଇଛି। କିନ୍ତୁ ଆଜି ଯେଉଁ ଗ୍ରାମସଭା ହୋଇଥିଲା ସେଥିରେ ସ୍ତାନୀୟ ଲୋକଙ୍କ ପ୍ରତ୍ୟକ୍ଷ ଅନ୍ତର୍ଭୁକ୍ତି ରହିଥିଲା। ତେବେ ଏହିଠାରେ ମଧ୍ୟ କିଛି ଆନ୍ଧ୍ର ଏଜେଣ୍ଟ ଉପସ୍ଥିତ ରହି ଏହାକୁ ଭଣ୍ଡୁର କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ପ୍ରାଶାସନକୁ ଏହାକୁ ଭ୍ରୁକ୍ଷେପ କରି ଗ୍ରାମ ସଭା ସମାପନ କରିଥିଲା।

ସମ୍ବନ୍ଧିତ ଖବର