ଅନାଥ ଅଚ୍ଚର୍ନାଙ୍କୁ ପିତାମାତା ସାଜି ବିବାହ କରାଇଲା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା: ଆଜିକୁ ୨୦ ବର୍ଷ ପୂର୍ବେ ଉଦ୍ଧାର ହୋଇ ଅର୍ଚ୍ଚନା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦୃତା ଶିଶୁ ସଦନରେ ରହିଥିଲେ । ପ୍ରଶାସନ ସହାୟତାରେ ତାଙ୍କର ଲାଳନପାଳନ ଓ ଶିକ୍ଷାଦିକ୍ଷା ପ୍ରଦାନ କରାଯାଇଥିଲା । ଆଜି ଜିଲ୍ଲା ପ୍ରଶାସନ ଓ ଆଦୃତା ଶିଶୁ ସଦନ କର୍ତୃପକ୍ଷ ଅର୍ଚ୍ଚନାଙ୍କ ପିତାମାତା ସାଜି ବିବାହ କରାଇଛନ୍ତି ।

ଆଜି ଆଦୃତା ଶିଶୁ ସଦନରେ ଏହାର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି, ଅଧ୍ୟକ୍ଷା ସାଗରିକ ମିଶ୍ର ପିତାମାତା ସାଜି ଅର୍ଚ୍ଚନାଙ୍କ ବିବାହ ସୁନ୍ଦରଗଡ଼ର ଏକ ଘରୋଇ ଅନୁଷ୍ଠାନରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟ କରୁଥିବା ଜୟରାମ ମାଝି (୨୩)ଙ୍କ ସହ କରାଇଥିଲେ । ଏହି ଅବସରେ ବରପକ୍ଷରୁ ତାଙ୍କ ପିତାମାତାଙ୍କ ସମେତ ୨୦ଜଣ ଉପସ୍ଥିତ ଥିବା ବେଳେ ଅର୍ଚ୍ଚନାଙ୍କ ପକ୍ଷରୁ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ପୁରୋହିତ ଓ ସାଧୁସନ୍ଥ ଉପସ୍ଥିତ ଥିଲେ । ପ୍ରଶାସନ ପକ୍ଷରୁ ବିଜୁ ଶିଶୁ ସୁରକ୍ଷା ପାଣ୍ଠିରୁ ନବଦମ୍ପତିଙ୍କୁ ୫୦ହଜାର ଟଙ୍କାର ଏକ ଚେକ୍ ଜିଲ୍ଲାପାଳ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଆଦୃତାର ସମ୍ପାଦକ ସୁପ୍ରତି ମହାନ୍ତି ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର