ଘଟଗାଁ: ଆଜି ସକାଳୁ ସକାଳୁ ଘଟଗାଁ ବନଖଣ୍ତ ଅଧୀନ ବାଲିପୋଖରୀ ନିକଟ କାଳିମାଟି ଦୁଧିଆନାଳୀ ପାହାଡ଼ ଚଢି ହାତୀପଲ ପାର ହେଉଥିବା ବେଳେ ହାତୀପଲରେ ଥିବା ଏକ ଛୁଆହାତୀ ପଥର ଫାଙ୍କରେ ଫସିଯାଇଥିଲା। ହାତୀପଲ ଛୁଆହାତୀକୁ ଛାଡି ପଳାଇବା ପରେ ସେ ଚତ୍କାର କରିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବନ ବିଭାଗକୁ ଅବଗତ କରାଇଥିଲେ।

Advertisment

ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ଏସ୍‌ସିଏଫ ଜିତେନ୍ଦ୍ର କୁମାର ବେହେରା ସଦଳବଳେ ଘଟଣାସ୍ଥଳଯାଇ ହାତୀ ଶାବକଟିକୁ ବହୁ କଷ୍ଟରେ ଉଦ୍ଧାର କରି ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ହାତୀ ଶାବକଟି ସୁସ୍ଥ ଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ହାତୀଶାବକଟିକୁ ହାତୀପଲରେ ସାମିଲ କରି ଛାଡ଼ିବା ପାଇଁ ବନବିଭାଗ ତରଫରୁ ସେଠାରେ ଆଜି ଦିନତମାମ ଡେରାପକାଯାଇଥିଲା। ତେବେ ସଂଧ୍ୟାସୁଦ୍ଧା ହାତୀ ଛୁଆଟି ସେହିଠାରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।