ସମ୍ବଲପୁର: ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଚର୍ଚ୍ଚିତ ସମ୍ବଲପୁରୀ ନାଟକ ‘ଭୁଖା’ର ଇଂରାଜୀ ଅନୁବାଦ ‘ଦି ଷ୍ଟାର୍ଭ୍ଡ’ ଶୁକ୍ରବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଲୋକାର୍ପିତ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡ.ନିର୍ଝରିଣୀ ତ୍ରିପାଠୀଙ୍କ ଦ୍ବାରା ଅନୁଦିତ ଏହି ପୁସ୍ତକ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ହେସେଟ୍ ୟୁକେ ପବ୍ଲିକେସନ ଦ୍ବାରା ପ୍ରକାଶିତ ହୋଇଛି।
ପୁସ୍ତକ ଲୋକାର୍ପଣ ଅବସରରେ ଅନୁବାଦିକା ଡ. ତ୍ରିପାଠୀ ଓ ତାଙ୍କ ବଡ଼ ଭଉଣୀ ସାବିତ୍ରୀ ବାଇ ଫୁଲେ ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ ନିର୍ଦ୍ଦେଶକ ଡ. ଜୟନ୍ତୀ ତ୍ରିପାଠୀ ଉପସ୍ଥିତ ଥିଲେ। ପୁସ୍ତକର ମୁଖ୍ୟବନ୍ଧକରେ ପ୍ରଖାତ କବି ଜୟନ୍ତ ମହାପାତ୍ର ଏହି ପୁସ୍ତକ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରଂପରାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଏକ ନିଆରା ପ୍ରୟାସ ବୋଲି ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/36-17.jpg)