ହାଟଡିହି: ହାଟଡିହି ତହସିଲ କାର୍ଯ୍ୟାଳୟ ପଛପଟ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହାଟଡିହି ଗ୍ରାମର ପଦ୍ମନାଭ ପହି। ଆଜି ମଧ୍ୟାହ୍ନରେ ପଦ୍ମନାଭ ହାଟଡିହି ତହସିଲ ପଛପଟେ ଥିବା ନିଜ ବିଲକୁ ଯାଇଥିଲେ। ବର୍ଷା ହେବାରୁ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ।

Advertisment

ଏହି ସମୟରେ ବଜ୍ରାଘାତ ଶିକାର ହୋଇ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କ ପାଖରେ କାଳନ୍ଦୀ ମୁଖୀ ନାମକ ବ୍ୟକ୍ତି ଠିଆ ହୋଇଥିଲେ ମଧ୍ୟ ତାଙ୍କର କିଛି କ୍ଷତି ହୋଇନଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚି ପଦ୍ମନାଭଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପଦ୍ମନାଭଙ୍କ ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।