ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡିଥିବା ବାପ ଝିଅଙ୍କୁ ଉଦ୍ଧାର କଲେ ଏସପି ଓ ନବନିଯୁକ୍ତ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ନିକଟରେ ବାପ ଝିଅ ମଟର ସାଇକେଲରେ ପଡିଆ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲେ, ଯାହାଫଳରେ ଦୁହେଁ ଆହତ ହୋଇ ରାସ୍ତାରେ ପଡିଥିବା ବେଳେ ତାଙ୍କୁ କେହି ମଧ୍ୟ ଡାକ୍ତରଖାନାକୁ ନେବାକୁ ସାହସ କରିନଥିଲେ।

ତେବେ ଏହି ସମୟରେ ସେହି ରାସ୍ତା ଦେଇ ମୋଟୁରୁ ନୂତନ ଜିଲ୍ଲାପାଳ ବିଶାଲ ସିଂ ଏବଂ ଏସପି ରିଶିକେଷ ଖିଲାରୀ ନିଜର ସ୍କର୍ପିଓ ଗାଡିରେ ଫେରୁଥିବା ବେଳେ ଏହି ଦୃଶ୍ୟ ଦେଖି ସେଠାରେ ଅଟକିଥିଲେ। ତୁରନ୍ତ ଦୁହିଁଙ୍କୁ ନିଜର ସ୍କର୍ପିଓ ଗାଡିରେ ନେଇ ମେଡିକାଲ ଅଭିମୁଖେ ବାହାରିଥିଲେ। ହେଲେ ସେହି ସମୟରେ ପିସିଆର ଭ୍ୟାନ ପହଞ୍ଚି ଦୁହିଁଙ୍କୁ ମେଡିକାଲ ନେଇଥିଲା। ତେବେ ଆଜି ଦୁଇ ଜିଲ୍ଲା ଅଧିକାରୀଙ୍କ ଏହି ବଦାନ୍ୟତା ସମସ୍ତଙ୍କୁ ଆନନ୍ଦିତ କରିଛି। ଜିଲ୍ଲାର ନୂତନ ଜିଲ୍ଲାପାଳ ଜଣେ ଯୁବକ ହୋଇଥିବା ବେଳେ କାମ କରିବାର ଇଚ୍ଛାଶକ୍ତି ପ୍ରବଳ ରହିଥିବା ଦେଖିବାକୁ ମିଳିଛି। ମେଡିକାଲରେ ଦୁଇ ବାପା ଝିଅ ଚିକିତ୍ସା ପରେ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ତେବେ ଏସପି ଏବଂ ଜିଲ୍ଲାପାଳଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର