କୋରାପୁଟ: କୋରାପୁଟର ଜିଲ୍ଲାର ପ୍ରତି ପଞ୍ଚାୟତ ସାଧନ କେନ୍ଦ୍ରଠାରେ ହେବ ବାୟ‌ୋଇନପୁଟ କ୍ଲଷ୍ଟର। ଏହି କ୍ଲଷ୍ଟର ମାଧ୍ୟମରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଚାଷୀଙ୍କ ନିକଟରେ ପହଞ୍ଚାଯିବ ବୋଲି ଆଜି ସ୍ତାନୀୟ ଜିଲ୍ଲା ପଞ୍ଚୟତ ସାଧନ କେନ୍ଦ୍ରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। । ଆଜି ପୌର ପରିଷଦର ନିର୍ବାହୀ ଅଧିକାରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୃତିକା ସ୍ୱାସ୍ଥ୍ୟ କାର୍ଡ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇକ୍ରିସାଟର ସିନିୟର ବୈଜ୍ଞାନିକ ଗଜାନନ,ଅଭିରାଜ ଦତ,ସିନିୟର କନସୋଟାଂଟ ସୁବ୍ରତ, କେବିକେ ବୈଜ୍ଞାନିକ ମାନସ ରଂଜନ ନାୟକ,ଏଫଇଏସ ପ୍ରଦୀପ ମିଶ୍ରଙ୍କ ସହ ଓଏଲଏମର ଜିଲ୍ଲା ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Advertisment

ଓଡିଶା ଜୀବିକା ମିଶନ ଓ ଆର୍ନ୍ତଜାତୀୟ ସଂସ୍ଥା ଇକ୍ରିସାଟ ଆନୁକୂଲ୍ୟରେ ମୃତିକା ସ୍ୱାସ୍ଥ୍ୟ କାର୍ଡ ଉନ୍ମୋଚନ ହେବା ସହ ଏ ସଂପର୍କରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲା ଓଏଲଏମ ଓ ଇକ୍ରିସାଟର ମିଳିତ ପ୍ରୟାସରେ ସେମିଳିଗୁଡାର ୪ଟି ଗ୍ରାମପଂଚାୟତର ୧୫ ଟି ଗ୍ରାମରେ ୩ବର୍ଷ ହେଲା ଚାଷୀ ମାନଙ୍କୁ ଚାଷ କାର୍ୟ୍ୟର ଅଭ୍ୟାସ,ମୃତିକା ପରୀକ୍ଷଣ ଓ ମଡେଲ ନିର୍ମାଣ ଉପରେ ଟ୍ରେନିଂ କାର୍ୟ୍ୟକ୍ରମ ଜାରି ରହିଛି । ଗତବର୍ଷ ସେ ଅଂଚଳ ଗୁଡିକରୁ ମୃତିକାର ନମୂନା ସଂଗ୍ରହ କରାଯାଇ ମାଟିରେ କଣ କଣ ଅସୁବିଧା ରହିଛି କିମ୍ବା ସେହି ମାଟିରେ କେଉଁ ଫସଲ ଅଧିକ ଉତ୍ପାଦନ ହେବ ତାହା ପରୀକ୍ଷଣ ପାଇଁ ହାଇଦ୍ରାବାଦ ପଠାଯାଇ ୧୫ ପ୍ରକାରର ପରୀକ୍ଷଣ କରାଯାଇଛି । ଆଗାମୀ ଦିନରେ ଇକ୍ରିସାଟର ତତ୍ୱାବଧାନରେ ସେହି ୧୫ ଟି ଗ୍ରାମରେ ବିଭିନ୍ନ ପ୍ରକାର ପନିପରିବା ଚାଷ, ରାଜପୁଟରେ ରାଗି ପ୍ରୋସେସିଂ ୟୁନିଟ କାର୍ୟ୍ୟର ପରିସମାପ୍ତି ଏବଂ ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମପଂଚାୟତରେ ବିଭିନ୍ନ ପ୍ରକାର ଚାଷ କାର୍ୟ୍ୟ ନିମିତ ମୃତିକା ପରୀକ୍ଷଣ ସହ ବାୟୋ ଇନପୁଟ କ୍ଲଷ୍ଟର ନିର୍ମାଣ କରାଯିବ ବୋଲି ଜିଲ୍ଲା ଓଏଲଏମର ସଂଯୋଜିକା ସୁସ୍ମିତା ସାମନ୍ତରାୟ କହିଛନ୍ତି । କାର୍ୟ୍ୟକ୍ରମରେ ଉପସ୍ଥିତ ଚାଷୀ ମାନଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଇଥିବା ବେଳେ ମାଟିର ସ୍ୱାସ୍ଥ୍ୟ ପାଇଁ ସଚେତନତା,ଜୈବିକ ସାରର ପ୍ରୟୋଗ ଏବଂ ମୃତିକା ପରୀକ୍ଷା କରାଇ ଚାଷ କାର୍ୟ୍ୟ କଲେ କମ ଖର୍ଚ୍ଚ ହେବା ସହ ଆୟ ଦ୍ୱିଗୁଣିତ ହେବ ବୋଲି ବୈଜ୍ଞାନିକ ମାନେ ପରାମର୍ଶ ଦେଇଥିଲେ।