ରାୟଗଡା: ରାୟଗଡା ଗସ୍ତରେ ଗତ କିଛି ଦିନ ତଳେ ୫ଟି ସଚିବ ଭିକେ ପାଣ୍ଡିୟାନ ଆସି ମା‘ ମଝିଘରିଆଣୀ ମନ୍ଦିର ନିମନ୍ତେ ସ୍ଥାୟୀ ଜାଗା ନଥିବା ନେଇ ଦାବି କରାଯିବା ପରେ ଶ୍ରୀ ପାଣ୍ଡିୟାନ ତୁରନ୍ତ ଏନେଇ କ୍ୟାବିନେଟରେ ମା‘ଙ୍କ ମନ୍ଦିର ପାଇଁ ଜାଗା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତି ରକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମନ୍ଦିରର ଭିତ୍ତିଭୂମୀ ପାଇଁ ବିନା ପ୍ରିମିୟମ ଏବଂ ବିନା କୌଣସି ଚାର୍ଜରେ ୬ ଏକର ୩୦ ଡିସିମିଲ ଜାଗା ପ୍ରଦାନ କରିଛନ୍ତି।

Advertisment

ରାୟଗଡା ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ କରି ଆଣିଥିବା ୬ ଏକର ୩୦ ଡିସିମିଲି ଜମିକୁ ମା‘ ମଝିଘରିଆଣୀ ମନ୍ଦିରର ଭିତ୍ତିଭୁମୀ ବିକାଶ ନିମନ୍ତେ ପ୍ରଦାନ କରାଯାଇଥିବା ଜଣାଯାଇଛି।ଏହି ଜାଗାକୁ ମା‘ ମଝିଘରିଆଣୀ ମନ୍ଦିରର ଟ୍ରଷ୍ଟକୁ ଲିଜ ଆକାରରେ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଉକ୍ତ ଟ୍ରଷ୍ଟକୁ ରିହାତି ଦରରେ ଏକର ପ୍ରତି ୧୦୦ ଟଂକା ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୁ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ବୋଲି କୁହାଯାଇଛି।ଆଜି କ୍ୟାବିନେଟରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ପରେ ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କର ଏହି ଘୋଷଣାନାମାକୁ ରଖିଥିଲେ।ରାୟଗଡା ପ୍ରତି ରାଜ୍ୟ ସରକାରଙ୍କର ଏହି ସହଯୋଗକୁ ଭୃୟସୀ ପ୍ରଶଂସା କରିଥିଲେ।ମନ୍ଦିରର ସମସ୍ତ ଉନ୍ନତି କରାଯିବା ନେଇ ସେ କହିଥିଲେ।ଭକ୍ତଙ୍କ ପାଇଁ ରହିବାର ସୁବିଧା ସହ ସମସ୍ତ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି କହିଥିଲେ।