ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରୀଠାରେ ଅବସ୍ଥାପିତ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସୋମବାର ‘ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ନାମରେ ନାମିତ କରାଯାଇଛି।
ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ବାଧିନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କୁ ସମ୍ମାନ ଦେବାପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନାମକରଣ ନେଇ ଏକ ୩ ଜଣିଆ କମିଟି ଗଠନ ହୋଇଥିଲା। କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବା ପରେ ରିପୋର୍ଟ ଆଧାରରେ ସ୍ବାସ୍ଥ୍ୟ ବିଭାଗ ବିଧିବଦ୍ଧ ଭାବରେ ଏହି ବିଜ୍ଞପ୍ତି ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/14-3.jpg)