କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସିରୋଲ ପଞ୍ଚାୟତ ପୋଢ଼ଖମରୁ ରୁପ୍ରାକୁ ସଂଯୋଗ କରୁଥିବା ଆର୍ଡି ରାସ୍ତାର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପାଷ୍ଟିଗୁଡ଼ି ପଞ୍ଚାୟତ ପିପଲଭାଡ଼ି ଗାଁର କୈଳାସ ମାଝୀ (୪୦) ବୋଲି ଜଣାପଡ଼ିଥିବା ବେଳେ ସେ ପୋଢଖମ୍ ଗାଁର କୁମାରୀ ମାଝୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ।
ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଅନ୍ୟପକ୍ଷରେ ଶ୍ବଶୁର ଘରୁ ମାତ୍ର ୨ ଶହ ମିଟର ଦୂରରେ ଏହି ଘଟଣା ଘଟିଥିବାରୁ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hang.jpg)