ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ନୂଆପଡ଼ା: ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନଶିକ୍ଷକ। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଵାଦୀ ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜନ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ନିଜ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କଠାରୁ ସର୍ଭିସ ବୁକ ଠିକ କରିବା ନେଇ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗତକାଲି ଏହି ଶିକ୍ଷକଙ୍କଠାରୁ ୩ହଜାର ଟଙ୍କା ନେଇଥିବା ପ୍ରଧାନଶିକ୍ଷକ ଆଜି ୪୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଦ୍ୟାଳୟରେ ହେଉଥିବା ଲାଞ୍ଚ କାରବାର ପଦାରେ ପଡ଼ିବା ସହ ପ୍ରଧାନଶିକ୍ଷକଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।

ଭବାନୀପାଟଣା ଭିଜିଲାନ୍ସ ଟିମ ଲାଞ୍ଚ କାରବାର ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଥିଲେ। ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ସମୟରେ ଡ଼ିଏସପି ସତ୍ୟବାନ ମହାନନ୍ଦ, ରୂପଧର ନାୟକ,  ଇନସ୍ପେକ୍ଟର ଦୀନବନ୍ଧୁ ବେହେରା, ପ୍ରମିଳା ସୁନାଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର