ସମ୍ବଲପୁର,: ଏନ୍‌ ସାହୁ ନାମକ ଯୁବତୀ ବରଗଡ଼ କୁର୍ଲାର ସଂସାର ସା’ଙ୍କୁ ଗତ ଫେବ୍ରୁଆରି ୨୨ ତାରିଖରେ ବିବାହ ହୋଇଥିଲା। ୧୯ ମାର୍ଚ୍ଚରୁ ଉଭୟ ସ୍ବାମୀ-ସ୍ତ୍ରୀ ବୁର୍ଲା ସଦେଇପାଲିରେ ରହିଲେ। କିଛି ଦିନ ପରେ ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିବା କଥା ସେ ଜାଣିବାକୁ ପାଇଥିଲେ।

Advertisment

ଏ ବିଷୟରେ ସଂସାରଙ୍କୁ ପଚାରିବାରୁ ସେ ରାଗିଯାଇ ତାଙ୍କୁ ମାଡ଼ି ମାରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲା। ଏପ୍ରିଲ ୧୩ ତାରିଖ ଦିନ ସଂସାର ପରକୀୟା ପ୍ରୀତି ରଖୁଥିବା ଯୁବତୀ ତାଙ୍କ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ବାମୀ ଓ ଉକ୍ତ ଯୁବତୀ ତାଙ୍କୁ କଲ୍‌ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଏନ୍‌ ସାହୁ ଶନିବାର ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।