ମାଟି ଅତଡ଼ା ଖସି ନାବାଳକ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ ଟ୍ରାକ୍ଟରରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ଉପରେ ମାଟି ଅତଡା ଖସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ସଡ଼ଙ୍ଗ ଗାଁର ମଦନ ହୋଙ୍କ ୧୪ ବର୍ଷୀୟ ପୁଅ ବନମାଳୀ ହୋ ଆଜି ସକାଳୁ ଟ୍ରାକ୍ଟରରେ ଶ୍ରମିକ କାମ କରିବାକୁ ଆସିଥିଲେ। ଟ୍ରାକ୍ଟରରେ ମାଟି ଲୋଡ଼ ହେଉଥିବା ବେଳେ ଅଚାନକ ଲୋଡ଼ ସ୍ଥାନରୁ ମାଟି ଅତଡା ଖସି ଯାଇଥିଲା ଫଳରେ ତଳେ ଥିବା ବନମାଳୀଙ୍କ ଉପରେ ମାଟି ପଡ଼ିଯିବାରୁ ସେ ମାଟି ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ବାସିନ୍ଦା ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର