କାଳିଆପାଣି: ସୁକିନ୍ଦା ଥାନା ଅତ୍ତା ଗାଁର ସିଙ୍ଗାସାହି ବସ୍ତିରେ ଜଣେ ନାବାଳକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ପୀତବାସ ମଲିକ ଓ ସଂଯୁକ୍ତାଙ୍କ ଏକମାତ୍ର ପୁତ୍ର ପ୍ରମୋଦ ମଲିକ(୧୬)। ଗତକାଲି ଦିନ ବେଳା ସ୍ବାଭାବିକ ଭାବେ ବୁଲାବୁଲି ଏବଂ ଖିଆପିଆ କରିଥିଲେ। ସନ୍ଧ୍ୟାରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା କହି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।
ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୮/୨୩ ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/summer-heatwave.jpg)