ଦଶରଥପୁର: ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଦଳାଇସହିର ଦିବାକର ଦଳାଇ (୭୦)ଙ୍କ ପୋଖରୀରେ ବୁଡ଼ି ମୃତ୍ୟ ହୋଇଛି। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ୭/୨୩ ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।

Advertisment

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ସୂଚନାଥାଉକି ଦିବାକର ଗତକାଲି ସନ୍ଧ୍ୟାରେ ଗାଁ ନିକଟ ପୋଖରୀକୁ ଯାଇଥିବାବେଳେ କୌଣସି କାରଣରୁ ପଡ଼ିଯାଇଥିଲେ। ବହୁ ସମୟ ଖୋଜାଖୋଜି ପରେ ମୃତଦେହ ମିଳିଥିଲା।