ନୀଳଗିରି: ନୀଳଗିରି ଉପଖଣ୍ଡ ପଞ୍ଚଲିଙ୍ଗେଶ୍ବର ଅଞ୍ଚଳରେ ପ୍ରାୟ ୨୨ଟି ବେଆଇନ ଇଟାଭାଟି ରହିଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସମସ୍ତ ବେଆଇନ୍‌ ଇଟାଭାଟି ଗୁଡ଼ିକୁ ଭଙ୍ଗାଯାଉଛି। ଏହି କ୍ରମରେ ପଞ୍ଚଲିଙ୍ଗେଶ୍ବରର ୩ଟି ଇଟାଭାଟି ଭଙ୍ଗା ସରିଛି।

Advertisment

ସେହିପରି ଆଗାମୀ ଦିନ ଅନ୍ୟ ୧୯ଟି ଇଟାଭାଟିକୁ ଭଙ୍ଗାଯିବ ବୋଲି ନୀଳଗିରି ତହସିଲଦାର ରଞ୍ଜନ ବେହେରା କହିଛନ୍ତି। ତେବେ ଯାହା ଶୁଣାଯାଉଛି, ଏପରି ସମୟରେ ଇଟାଭାଟି ମାଲିକମାନେ ରାଜନେତା, ବିଧାୟକ ଓ ମନ୍ତ୍ରୀଙ୍କ ଶରଣ ପଶିଛନ୍ତି। ସେମାନେ ଇଟାଭାଟି ନଭାଙ୍ଗିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ଅନୁରୋଧ କରୁଛନ୍ତି। ତେବେ ‌ଭାଟି ମାଲିକଙ୍କ ଏହି ଉଦ୍ୟମ କାମ ଦେଉଛି ନା ଭାଟି ସବୁ ମାଟିରେ ମିଶୁଛି, ତାହା ଦେଖିବାକୁ ବାକି ରହିଛି।