କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଧ୍ରୁପଦା ନିକଟରେ ଏକ ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ (ଓଆର୍ ୧୧ଜେ/୮୫୧୧) ଓଲଟିବା ଫଳରେ ୫ଟି ଗୋରୁ ଆହତ ହୋଇଛନ୍ତି। ଗାଡ଼ିରେ ଥିବା ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଓ ଗୋ ସେବକ ଅଟକ ରଖି ପୁଲିସ ଜିମା ଦେଇଛନ୍ତି।

Advertisment

କ୍ଷିପ୍ର ଗତିରେ ଗାଡ଼ି ଚଳାଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗୋଟିଏ ଗୋରୁ ଗାଡ଼ି ତଳେ ଚାପି ହୋଇଯିବାରୁ ମୃତ୍ୟୁ ଘଟିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ତଳୁ ମୃତ ଗୋରୁକୁ ଉଦ୍ଧାର କରିଛନ୍ତି।