ନଭେମ୍ବର ୭ରେ ହେବ ଶିକ୍ଷକ ନେତା ଅବନୀ ବରାଳଙ୍କ ପ୍ରତିମୂର୍ତି ଉନ୍ମୋଚନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ କମିଟି ବୈଠକ ପଲ୍ଲା ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୭ ତାରିଖରେ ଦିବଂଗତ ଶିକ୍ଷକ ନେତା ଅବନୀ ବରାଳଙ୍କ ପ୍ରତିମୂର୍ତି ଉନ୍ମୋଚନ କରିବାକୁ ସ୍ଥିର କରାଯାଇଛି ।

ବୈଠକରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ମହାପାତ୍ର, ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର ସୁବୁଦ୍ଧି, ସମ୍ପାଦକ ମଧୁସୂଦନ ଦେ, ସହ ସମ୍ପାଦକ ରମାକାନ୍ତ ମହାପାତ୍ରଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତା ଓ ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ଓ ବ୍ଲକ ସଭାପତିମାନେ ଉପସ୍ଥିତ ଥିଲେ । ପ୍ରତିମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର କହିଛନ୍ତି ଯେ ଅବନୀ ବରାଳଙ୍କ ଶ୍ରାଦ୍ଧ ଦିବସରେ ସଂଘ କାର୍ଯ୍ୟାଳୟ ପରିସରରେ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ଓ ଜିଲ୍ଲାର ଅନେକ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର