ରାଇରଙ୍ଗପୁର/ଗୋରୁମହିଷାଣୀ: ପରୀକ୍ଷା ଦେବାକୁ ଯାଇ ନିଖୋଜ ହେଲେ ଛାତ୍ରୀ। ମୟୂରଭଞ୍ଜର ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଛାତ୍ରୀଙ୍କ ନାଁ ସବିନା ନାୟକ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ିଗାଁ ଗ୍ରାମର ନବକୁମାର ନାୟକଙ୍କ ଝିଅ ହେଉଛନ୍ତି ସବିନା। ସବିନା ଗୋରୁମଷିଷାଣୀ ଆଇରନ୍ କଲେଜରେ ଯୁକ୍ତତିନି ଦ୍ବିତୀୟ ବର୍ଷର ଛାତ୍ରୀ। ଗତକାଲି ସେ କଲେଜକୁ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ।
ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଫଳରେ ଆଜି ଗୋରୁମହିଷାଣୀ ଥାନାରେ ଝିଅ ନିଖୋଜ ହେବା ନେଇ ବାପା ନବକୁମାର ନାୟକ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅନ୍ୟପଟେ ସବିନା ବିଷୟରେ କେହି ସହୃଦୟ ବ୍ୟକ୍ତି ଯଦି କିଛି ଖବର ପାଆନ୍ତି, ତେବେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପରିବାର ଲୋକ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-166.jpg)