ପଦ୍ମପୁର: କେନ୍ଦୁଝର ସହର ନିକଟବର୍ତ୍ତୀ ୪୯ନମ୍ବର ଜାତୀୟ ରାଜପଥ ଧାଙ୍ଗଡପଡ଼ା ହିରୋ ସୋରୁମ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ୟୁକଲ ପଟାସ ଗଛ ପବନରେ ଉପୁଡ଼ି ପଡ଼ିବାରୁ ଏକ ଅଟୋ ଉପରେ ପଡ଼ି ଯାଇଥିଲା। ଫଳରେ ଅଟୋଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ମାତ୍ର ପା‌ଖରେ ଥୁଆ ହୋଇଥିବା ବାଇକଟି ଅଳ୍ପକେ ବର୍ତ୍ତି ଯାଇଛି।

Advertisment

ଗଛଟି ରାସ୍ତା ଉପରେ ଉପୁଡ଼ି ପଡ଼ିବାରୁ ଯାତାୟତ କରୁଥିବା ବସ୍,ଟ୍ରକ୍ କାର୍ ବାଇକ୍ ଆଦି ଯାନବାହନ ଅଟକି ରହିଥିଲା। ଖବର ପାଇ କେନ୍ଦୁଝର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛକାଟି ସଫା କରିଥିଲେ। ପରେ ଯାତାୟାତ ସ୍ବଭାବିକ ହୋଇଥିଲା।