ହାଟଡିହି: ହାଟଡିହି ବ୍ଲକ୍‌ ବିଷ୍ଣୁପୁର-ଜାବିନିପୁର ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍‌ ଘର ଉପରକୁ ମାଡ଼ିଯିବା ପରେ ଓଲଟି ପଡ଼ିଛି। ଏଥିରେ ଘରର ସାମାନ୍ୟ କ୍ଷତି ହୋଇଥିବା ବେଳେ ଦୁଇଟି ବାଇକ୍‌ ଚୂରମାର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ଟ୍ରକ୍‌ (ଓଡି-୦୧-ଏଏଫ୍‌- ୯୩୧୧) ଆସୁଥିବା ବେଳେ ବିଷ୍ଣୁପୁର ଗ୍ରାମର ରାସ୍ତାକଡ଼ରେ ଥିବା ଦିବ୍ୟରଞ୍ଜନ ଜେନାଙ୍କ ଘରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

Advertisment

ଘରର ସେପରି ବିଶେଷ କ୍ଷତି ହୋଇନଥିବା ବେଳେ ଘର ସମ୍ମୁଖରେ ଥିବା ଦୁଇଟି ବାଇକ୍‌ ଭାଙ୍ଗି ଚୂରମାର ହୋଇଯାଇଛି। ଏହି ରାସ୍ତା ଦେଇ ଅନେକ ଭାରୀଯାନ ଚଳାଚଳ କରୁଛି। ଚାଳକମାନେ ନିଶାସକ୍ତ ହୋଇ ଗାଡ଼ି ଚଳାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।