ଯୁବକଙ୍କୁ ଚାପି ଦେଇ ଟ୍ରକ ଚାଲିଗଲା

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ ଧକ୍କାରେ ଅଚିହ୍ନା ଯୁବ

କଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଉକ୍ତ ଜାତୀୟ ରାଜପଥର ଭାଲୁବସା ନିକଟରେ ଜଣେ ଅଚିହ୍ନା ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏକ ଟ୍ରକ ଧକ୍କାଦେଇ ଖସି ପଳାଇଥିଲା । ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ବାରିପଦା ଶବ ସଂରକ୍ଷଣ ଗୃହରେ ରଖାଯାଇଛି ।

ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ନଂ. ୧୫୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ମୁତ ଯୁବକଙ୍କ ଫଟୋ ସମସ୍ତ ଥାନାକୁ ପଠାଯାଇଛି ଏବଂ ଶବ ଚିହ୍ନଟ ପାଇଁ ଚେଷ୍ଟା ଜାରି ରହିଛି ବୋଲି ଥାନାଅଧିକାରୀ ସର୍ଣ୍ଣଲତା ମିଞ୍ଜ ପ୍ରକାଶ କରିଛନ୍ତି । ତେବେ କେଉଁ ଟ୍ରକ ଧକ୍କା ଦେଇଛି ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର