ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ

ଆନନ୍ଦପୁର: ଘସିପୁରା ଥାନା ଅନ୍ତର୍ଗତ ଶାଳପଡ଼ାଛକ ନିକଟରେ ଏକ ଜଳଖିଆ ଦୋକାନ ଉପରକୁ ଟ୍ରକ୍‌ ମାଡ଼ି ଯାଇଛି। ଦୁର୍ଘଟଣାରେ ଦୋକାନଟି ଭାଙ୍ଗିରୁଜି ଯାଇଥିବା ବେଳେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍‌ଣ ୧.୪୦ ସମୟରେ ଏକ ଟ୍ରକ୍‌ (ଓଡି-୦୪-କ୍ୟୁ-୩୪୦୪)କୁ ଧରିବା ପାଇଁ ପୁଲିସ ପିଛା କରିଥିଲା।

ଟ୍ରକ୍‌ଟି ଦ୍ରୁତଗତିରେ ଆସି ଶାଳପଡ଼ା ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନକୁ ଧକ୍କା ଦେଇ ଡ୍ରେନ୍ ଉପରେ ଚଢ଼ି ଯାଇଥିଲା। ପିଛ‌ା କରୁଥିବା ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଡ୍ରାଇଭରକୁ କାବୁ କରି ଥାନାକୁ ନେଇଥିବା ବେଳେ ଟ୍ରକ୍‌ ଜବତ୍ କରିଛି। ଉକ୍ତ ଟ୍ରକ୍‌ଟି ବନ୍ତ ନିକଟରେ ଦୁର୍ଘଟଣା ଘଟାଇ ଫେରାର ହେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର