ରାଉରକେଲା: ମାତ୍ର ୧୫ ମାସ ଭିତରେ ରାଉରକେଲାରେ ନିର୍ମିତ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗୁରୁବାର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମ ଉଦ୍ଘାଟନ କରି ନିଜ ଶୈଳୀରେ ଖୁସି ଜାହିର୍ କରିଥିଲେ। ଉଦ୍ଘାଟନୀ ଅବସରରେ ପଡ଼ିଆ ଭିତରକୁ ଯାଇ ମୁଖ୍ୟମନ୍ତ୍ରୀ ନିଜର ଚର୍ଚ୍ଚିତ ସଂଳାପ ଦୋହରାଇଥିଲେ। ‘ଆଜି ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ହେଉଛି। ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଦିନ ପ୍ରାୟ ୧ଟା ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ସିଧାସଳଖ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରିଥିଲେ। ଷ୍ଟାଡିୟମ ପରିସରରେ ଭାରତୀୟ ହକି ଦଳର ଖେଳାଳିଙ୍କ ସହ ବାର୍ତ୍ତାଳାପ କରିବାସହ ବିଶ୍ବକପ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହିଅବସରରେ ମୁଖ୍ୟମନ୍ତ୍ରୀ ‘ୱାର୍ଲ୍ଡ କପ୍ ଭିଲେଜ୍’ ସମେତ ନବନିର୍ମିତ ୫ଟି ହକି ପ୍ରଶିକ୍ଷଣ କେନ୍ଦ୍ର, ଯଥା- ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା, ବଣାଇ, ଓ ଟାଙ୍ଗରପଲ୍ଲୀ, ଛତ୍ରପୁର(ଗଞ୍ଜାମ), ଜୁଜୁମୋରା(ସମ୍ବଲପୁର) କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ, ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟ ଏକ ପ୍ରଦର୍ଶନ ମ୍ୟାଚ୍ରେ ଝାଡ଼ଖଣ୍ଡରୁ ହାରିଲା ଓଡ଼ିଶା କନିଷ୍ଠ ଦଳ
ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ
ଷ୍ଟାଡିୟମ ସମେତ ‘ୱାର୍ଲ୍ଡ କପ୍ ଭିଲେଜ୍’, ୫ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ
/sambad/media/post_attachments/wp-content/uploads/2023/01/rkl-s2-750x430.jpg)
ଉଦ୍ଘାଟନୀ ଉତ୍ସବକୁ ଦେଖିବାକୁ ଆଜି ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ହକିପ୍ରେମୀ ଉପସ୍ଥିତ ରହିଥିଲେ। ପାଖାପାଖି ୧୮ ହଜାର ଦର୍ଶକ ଏହି ଐତିହାସିକ ମୂହୁର୍ତ୍ତର ସାକ୍ଷୀ ରହିଥିଲେ। ଏହିଅବସରରେ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା। ଭାରତୀୟ ବିଶ୍ବକପ୍ ଦଳର ଖେଳାଳିମାନଙ୍କୁ ନେଇ ଦୁଇଟି ଦଳ ଗଠନ କରାଯାଇଥିଲା। ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ଉପଅଧିନାୟକ ଅମିତ ରୋହିଦାସ ଉଭୟ ଦଳର ନେତୃତ୍ବ ନେଇଥିଲେ। ହରମନପ୍ରୀତ ‘ଇଣ୍ଡିଆ ହ୍ବାଇଟ୍’ ଓ ଅମିତ ରୋହିଦାସ ‘ଇଣ୍ଡିଆ ବ୍ଲୁ’ଦଳର ଅଧିନାୟକ ଦାୟିତ୍ବ ନିର୍ବାହ କରିଥିଲେ। ଏହି ମ୍ୟାଚ୍ରେ ‘ଇଣ୍ଡିଆ ବ୍ଲୁ’ ଦଳ ୪-୨ ଗୋଲ୍ରେ ବିଜୟୀ ହୋଇଥିଲା। ସେହିଭଳି ଅନ୍ୟ ଏକ ପ୍ରଦର୍ଶନ ମ୍ୟାଚ୍ କନିଷ୍ଠ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଝାଡ଼ଖଣ୍ଡ ଦଳ ୪-୦ରେ ବିଜୟୀ ହୋଇଛି। ଉଭୟ ମ୍ୟାଚ୍କୁ ରାଜେନ ଏକ୍କା, ପରମେଶ୍ବର ମାରାଣ୍ଡି, ପ୍ରଫୁଲ୍ଲ ତିର୍କୀ ଓ ସୁଜିତ ଲାକ୍ରା ପରିଚାଳନା କରିଥିଲେ। ଭାରତୀୟ ହକି ଦଳର ତାରକାଙ୍କୁ ଅତି ନିକଟରୁ ଦେଖି ଦର୍ଶକ ଆତ୍ମବିଭୋର ହୋଇପଡ଼ିଥିଲେ। ପ୍ରଦର୍ଶନୀ ମ୍ୟାଚ୍ବେଳେ ଖେଳାଳିଙ୍କୁ ସମର୍ଥନ ଜଣାଇଥିଲେ। ଶେଷରେ ଆତିସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା; ଯାହାକି ଦର୍ଶକଙ୍କୁ ବିମୋହିତ କରିଥିଲା।
ଇଣ୍ଡିଆ ବ୍ଲୁ ଦଳ: ଅମିତ ରୋହିଦାସ(ଅଧିନାୟକ), କ୍ରିଷନ ବି. ପାଠକ, ସୁରେନ୍ଦର କୁମାର, ନୀଳମ ସଞ୍ଜୀବ ଖେସ୍, ବରୁଣ କୁମାର, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ସମସେର ସିଂହ, ଆକାଶଦୀପ ସିଂହ, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସୂରଜ(ଜିକେ) ଓ ଦୀଲପ୍ରିତ ସିଂହ।
ଇଣ୍ଡିଆ ହ୍ବାଇଟ୍ ୪ଳ: ହରମନପ୍ରୀତ ସିଂହ(ଅଧିନାୟକ), ପି.ଆର. ଶ୍ରୀଜେଶ, ଗୁରିନ୍ଦର ସିଂହ, ଜର୍ମନପ୍ରୀତ ସିଂହ, ଯୁଗରାଜ ସିଂହ, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁର୍ଜନ୍ତ ସିଂହ, ରାଜକୁମାର ପାଲ, ମନଦୀପ ସିଂହ ଓ ଅଭିଶେକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/rkl-s1.jpg)