ସମ୍ବଲପୁର: ଆଜି ରାତି ପ୍ରାୟ ୯ଟାରେ ପୁଣି ରେଳପଥରେ ଏକ ଅଘଟଣ ଘଟିଛି। ବରଗଡ଼ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ି ସମ୍ବଲପୁର ଲକ୍ଷ୍ମୀଡୁଂଗୁରି ନିକଟରେ ଇଂଜିନ ଠାରୁ କେତେକ ବଗି ବିଚ୍ଛିନ୍ନ ହୋଇ ଦୁଇ ଭାଗ ହୋଇଯାଇଥିଲା। ଲକ୍ଷ୍ମୀଡୁଂଗୁରି ଏବଂ ହୀରାକୁଦ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା।
ଇଂଜିନ ସହିତ ୩/୪ଟି ବଗି ଆଗକୁ ଚାଲି ଯାଇଥିବା ବେଳେ ଅଲଗା ଯାଇଥିବା ଅନ୍ୟ ବଗିଗୁଡ଼ିକ ରେଳଧାରଣାରେ ରହିଯାଇଥିଲା। କିଛି ଦୂର ଯିବା ପରେ ଲକୋ ପାଇଲଟ୍ ଘଟଣା ସଂପର୍କରେ ଜାଣି ପାରିଥିଲେ। ସଂଗେ ସଂଗେ ପୁଣି ମାଲଗାଡ଼ିକୁ ପଛକୁ ଫେରାଇ ଆଣିଥିଲେ। ଇଂଜିନ ସହିତ ବଗିଗୁଡ଼ିକ ଯୋଡ଼ା ଯିବା ପରେ ପୁଣି ମାଲଗାଡ଼ି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ।