ଦାନଗଦୀ/ଟମକା: ଗୁହାଳରୁ ଗାଈ ଖୋଲିବା ସମୟରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଟମକା ଥାନା ଉଚ୍ଚବାଲି ପଞ୍ଚାୟତ କୁମ୍ଭନାଗରା ଗାଁର କାଳନ୍ଦୀଚରଣ ବେହେରା (୭୨)ଙ୍କ ମୃତ୍ୟୁ ହୋଇଛି। ସେ ଗତକାଲି ସକାଳେ ଗୁହାଳକୁ ଗାଈ ଖୋଲିବାକୁ ଯାଇଥିଲେ। ମାଟି ଓ ଇଟା କାନ୍ଥ ଗତ ବର୍ଷାରେ ଓଦା ହୋଇଯାଇଥିଲା।
ହଠାତ ଭୁଶୁଡ଼ି ପଡ଼ି ତାହା କାଳନ୍ଦୀଙ୍କ ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁତ୍ର ଲକ୍ଷ୍ମୀଧର ମୁଖାଗ୍ନି ଦେଇଥିଲେ। ସରପଞ୍ଚ ବନଜା ଜେନା, ପୂର୍ବତନ ସମିତି ସଦସ୍ୟ ରବୀନ୍ଦ୍ର ମୋହନ ଜେନା ଓ ଅନ୍ୟମାନେ ଶେଷଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/31-6.jpg)