କମର୍ଦ୍ଦା: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ କଚୁଆଡ଼ି ଗ୍ରାମପଞ୍ଚାୟତ ଅଧୀନ ଚକେଇଶବ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ମହିଳାଙ୍କ ସହ ଜଣେ ଯୁବକଙ୍କ ଅନୈତିକ ସଂପର୍କ ରହିଥିଲା। ଯାହାକୁ ବିରୋଧ କରି ଯୁବକଙ୍କ ସଂପର୍କୀୟ ସ୍ଥାନୀୟ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏବଂ ତାଙ୍କର କିଛି ସହଯୋଗୀ ସଂପୃକ୍ତ ମହିଳାଙ୍କୁ ବାନ୍ଧି ମାଡ଼ ମାରିଛନ୍ତି।

Advertisment

ଏହା ସହିତ ଚୁଟି କାଟି ଦେଇଛନ୍ତି। ଏନେଇ କମର୍ଦ୍ଦା ଥାନାରେ ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ୬୮/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ତେବେ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲେ ବି ସେମାନଙ୍କୁ ଛାଡ଼ିଦିଆଯାଇଥିବା ଜଣାପଡ଼ିଛି। ଯାହାକୁ ବିରୋଧ କରି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ସୂଚନା ଥାଉକି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଜଣେ ରାଜନେତା ଅଟନ୍ତି।