କଣ୍ଟିଗଡିଆ: ଛାତରୁ ଗଳିପଡ଼ି ଧର୍ମଶାଳା ବ୍ଲକ୍‌ ପଟୁଣିଆ ପଞ୍ଚାୟତ ହାମଜାପୁର ଗ୍ରାମର ତପନ ଦାସଙ୍କ ପୁଅ ତାପସ ଦାସ(୨୬)ଙ୍କ ମୃତ୍ୟୁ ​ହୋଇଛି। କିଛି ଦିନ ତଳେ ଛାତ ଉପରେ ରାତିରେ ଶୋଇଥିବା ବେଳେ କୌଣସି କାରଣରୁ ସେ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାପସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।