ସଇନ୍ତଳା: ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଟିକ୍ରାପଡ଼ା ଗାଁର ରାଜେଶ ହାତୀ (୨୭ବର୍ଷ) ନାକମ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ରାଜେଶ ସୋମବାର ସକାଳୁ ଲାନ୍ଥ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ।
ନିକଟରେ ଗାଧୋଉଥିବା କିଛି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।