ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବରଗାଁ ମଣ୍ଡିରୁ ଧାନ ଚୋରି ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ବୁଧବାର ଭୋର୍ରେ ବେନ୍ଦ୍ରାବାହାଲ ଗ୍ରାମର ଗଷ୍ଟି ଶବର ବରଗାଁ ମଣ୍ଡିରୁ ଗୋଟିଏ ବସ୍ତା ଧାନ ବାଇକ୍ (ଓଡ଼ି ୨୬ଏଫ୍ ୧୬୬୪)ରେ ଚୋରି କରୁଥିଲେ।
ଏହି ସମୟରେ ଜଗୁଆଳି ହାତରେ ଧରାପଡ଼ିବା ପରେ ପ୍ୟାକ୍ସ ସଭାପତି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ବାଇକ୍ ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest.jpg)