ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ତେଲକୋଇରେ ଜଣେ ଚୋର ଚୋରି କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତେବେ ଦୁର୍ଭାଗ୍ୟବଶତଃ ଚୋର ଛାଡ଼ି ଯାଇଥିବା ଚପଲ ପାଇଁ ପୁଲିସ ହାତରେ ଧରାପଡ଼ି ଯାଇଛି। ଗିରଫ ଚୋରର ନାମ ଧର୍ମେନ୍ଦ୍ର ପଲେଇ ଓ ତା’ର ଘର ତେଲକୋଇ ଭୁୟାଁସାହିରେ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/10/jajpur-1.1-1-300x172.jpg)
ସୂଚନାଯୋଗ୍ୟ, ତେଲକୋଇ ଉଚ୍ଚ ବିଦ୍ୟାଳୟ ନିକଟରେ ପଞ୍ଚାନନ ସାମନ୍ତରାୟ ବସବାସ କରନ୍ତି। ଗତ ୨୦ ତାରିଖ ମଧ୍ୟ ରାତିରେ ଜଣେ ଚୋର ପଞ୍ଚାନନ ସାମନ୍ତରାୟଙ୍କ ଘର କବାଟ ଭାଙ୍ଗି ସୁନା, ଗହଣା ଓ ମୋବାଇଲ ଆଦି ଚୋରି କରି ଏକ ବ୍ୟାଗରେ ଭର୍ତ୍ତି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହି ଚୋରି ଘଟଣା ବିଷୟରେ ପଞ୍ଚାନନ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2019/10/images-1-10-300x300.jpg)
ପ୍ରାଥମିକ ତଦନ୍ତ ବେଳେ ପୁଲିସ୍ ପଞ୍ଚାନନଙ୍କ ଘର ପାଖରେ ଥିବା ଏକ ଜମିରୁ ବ୍ୟାଗ ଓ ସୁନାଗହଣାର ଖୋଳ ପାଇବା ସହିତ ଏକ ଚପଲ ବି ପାଇଥିଲା। ଏହି ଚପଲ ଟି ଚୋରର ବୋଲି ପୁଲିସ ଅନୁମାନ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସନ୍ଧାନୀ କୁକୁରକୁ ଚୋର ଛାଡ଼ି ଯାଇଥିବା ଚପଲ ଶୁଙ୍ଘାଇ ଥିଲା। ଚୋର ଚପଲ ଶୁଙ୍ଘିବା ପରେ କୁକୁର ଚୋର ରହୁଥିବା ସ୍ଥାନକୁ ବାଟ କଢ଼େଇ ନେଇଥିଲା। ଏହାପରେ ପୁଲିସ ଚୋର ଧର୍ମେନ୍ଦ୍ରକୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sliper-theaf.jpg)