ଗୁରୁଜଙ୍ଗ ତାରିଣୀ ମନ୍ଦିରରୁ ଚୋରି

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଗୁରୁଜଙ୍ଗ ହାଉସିଂବୋର୍ଡ କଲୋନୀରେ ଥିବା ତାରିଣୀ ମନ୍ଦିରରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଚୋରି କରି ନେଇଛନ୍ତି ।

ସୂଚନାନୁସାରେ, ଆଜି ସକାଳେ ମନ୍ଦିର ପୂଜାରୀ ମନ୍ଦିର ଖୋଲିବାକୁ ଯାଇଥିଲେ । ମନ୍ଦିରର ମୁଖ୍ୟ କବାଟର ତାଲା ଭଙ୍ଗାଯାଇଥିବା ଦେଖି ମନ୍ଦିର କମିଟିକୁ ସୂଚନା ଦେଇଥିଲେ । ମନ୍ଦିର କମିଟି ସଦସ୍ୟ ପହଂଚି ମନ୍ଦିରରେ ଦେବୀଙ୍କ ରୁପା ମୁକୁଟ, ସୁନା ଆଖି, ଚିତା, ଦୀପ, ପୂଜା ବାସନ ଆଦି ଚୋରି ଯାଇଥଇବା ଦେଖିଥିଲେ । ଏନେଇ ମନ୍ଦିର କମିଟି ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଟାଉନ୍ ଥାନା ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଚୋରିରେ ଆଖପାଖର କୌଣସି ଦୁର୍ବୃତ୍ତ ସାମିଲ ଥିବା ଓ ସେମାନେ ଅଭ୍ୟାସଗତ ନିଶାଡ଼ି ଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗତକ ୩-୪ ଦିନ ମଧ୍ୟରେ ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଏଭଳି ଚୋରି ଘଟଣା ଘଟିଛି । ଦୁଇ ଦିନ ପୂର୍ବେ ଗୁରୁଜଙ୍ଗ ସରକାରୀ ସ୍କୁଲରୁ ମଧ୍ୟ ଦୁର୍ବୃତ୍ତମାନେ କବାଟ ଭାଙ୍ଗି କିଛି ଆସବାବପତ୍ର ଚୋରାଇ ନେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର