ବଲାଙ୍ଗୀର: ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଏସ୍ଏଚ୍ଜି ଷ୍ଟଲ୍ରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଏସ୍ଏଚ୍ଜି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୁଲିସର ସୂଚନା ଅନୁସାରେ, ଚୋରମାାନେ ରାତିରେ ଏହି ଷ୍ଟଲ୍ର ସ୍କାଏଲାଇଟ୍ ଭାଙ୍ଗି ଭିତରକୁ ପଶିଥିଲେ।
ସେଠାରେ ଥିବା ନଗଦ ୬ ହଜାର ଟଙ୍କା, ଖାଦ୍ୟ ସାମଗ୍ରୀ ଚୋରି କରିଥିଲେ। ବିକ୍ରୟ କେନ୍ଦ୍ରରେ ଥିବା କାଗଜପତ୍ର ନଷ୍ଟ କରିଥିଲେ। ବୁଧବାର ସକାଳୁ ଏସ୍ଏଚ୍ଜି କର୍ମକର୍ତ୍ତା ଷ୍ଟଲ ଖୋଲିବା ପରେ ଚୋରି ସଂପର୍କରେ ଜାଣିପାରି ଥାନାରେ ଏତଲା ଦେଇଥିଲେ।