ଏସ୍ ଭି ଗାର୍ଡେନ କଲ୍ୟାଣ ମଣ୍ଡପରୁ  ଚୋରୀ

ଜୟପୁର: ସ୍ଥାନୀୟ ପାରାବେଢ଼ାସ୍ଥିତ ଏସ୍ ଭି ଗାର୍ଡେନ କଲ୍ୟାଣ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ ହୋଇଥିବାକୁ ନେଇ ଏହାର ମାଲିକ ସୁମନ୍ତ କୁମାର ସାହୁ ଜୟପୁର ଟାଉନଥାନାରେ ଏତଲା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୫ତାରିଖ ଦିନ ରାତିରେ ଏହି କଲ୍ୟାଣ ମଣ୍ଡପ ପରିସରରୁ ୪୦ଟି ଟେଣ୍ଟ ପାଇପ, ବିଦ୍ୟୁତ ତାର, ୬ଟି ରସବଡ ହୋଣ୍ଡା, ୧୦ଟି ହାଲୋଜିନ୍ ଲାଇଟ୍ ଚୋରୀ ହୋଇଥିବାକୁ ନେଇ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ଗତ କିଛି ଦିନ ହେବ ପାରାବେଢ଼ା ଅଂଚଳରେ ନିୟମିତ ବ୍ୟବଧାନରେ ଚୋରୀ ଜାରୀ ରହିଥିବା ଅଂଚଳବାସୀ କହିଛନ୍ତି। ପୁଲିସ ପାଟ୍ରୋଲିଂକୁ କଡ଼ା କଡ଼ି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର