ରୁପ୍ରା  : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ନର୍ଲା ଶିଶୁ ମନ୍ଦିର ଛକ ନିକଟରେ ନୂତନ ଭାବରେ ଗଢ଼ି ଉଠିଥିବା ବିନାୟକ ନଗରର ସମୀର ଗନ୍ତାୟତଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଆଧାରରେ ଶ୍ରୀ ଗନ୍ତାୟତ ବିନାୟକ ନଗରରେ ଥିବା ନିଜ ଘରକୁ ତାଲା ପକାଇ ଚାରି ଦିନ ତଳେ ଦୁଇଝିଅ ଓ ପତ୍ନୀଙ୍କ ସହ କଟକ ଯାଇଥିଲେ। ଶନିବାର ଦିନ କଟକରୁ ଫେରିବା ପରେ ଦିନ ୧୧ଘଣ୍ଟା ସମୟରେ ଘରେ ପହଞ୍ଚିବା ପରେ ତାଙ୍କ ଘରର ୬ଟି ତାଲା ଭାଙ୍ଗି ଚୋରମାନେ ସବୁ ଲୁଟି ନେଇଥିବା ଦେଖିବାକୁ ପାଇ ହତବାକ ହୋଇଥିଲେ ।

Advertisment

ଚୋରମାନେ ଘରର ସମସ୍ତ ଆଲମିରା ଭାଙ୍ଗି ୨ ଭରି ସୁନା, ୧୨ ହଜାର ଟଙ୍କା ସହ ଘରର ଦରକାରୀ କାଗଜପତ୍ର ଚୋରି କରି ନେଇଥିବା ଜଣାପଡିଛି।
ଏବାବଦରେ ଶ୍ରୀ ଗନ୍ତାୟତ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି। କେଶ୍ ନମ୍ୱର ୨୫୯/୨୧ ଆଇପିସି ୪୫୭, ୩୮୦ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତକାରୀ ପୁଲିସ୍ ଅଫିସର ତଥା ନର୍ଲା ଥାନାଧିକାରୀ ରେଣୁକା ସୂନା ଏହି ମାମଲା ହାତକୁ ନେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନୂଆପଡା ଜିଲ୍ଲାରୁ ସନ୍ଧାନୀ କୁକୁର ଓ ସାଇଣ୍ଟିକଫିକ ଟିମ୍ ଆସୁଥିବା ଜଣାପଡିଛି।