ବଲାଙ୍ଗୀ: ଡାକ୍ତରଖାନାରୁ ମୋବାଇଲ୍ ଫୋନ୍ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ଟାଉନ୍ ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଉତ୍କଳନଗରର କୁନୁ କୁମ୍ଭାର (୧୯ ବର୍ଷ) ଓ ରାଜେନ୍ଦ୍ରପଡ଼ାର ଧନେଶ୍ବର ମେହେର (୨୦ବର୍ଷ)।
ପୁଲିସର ସୂଚନା ଅନୁସାରେ, ପୁଇନ୍ତଳା ଥାନା ବୁବେଲ ଗାଁର ଢେକଲ ସିଂ ମୁନା ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାର ସର୍ଜରି ୱାର୍ଡରେ ଭର୍ତ୍ତି କରିଥିଲେ। ଶନିବାର ରାତିରେ ଅଭିଯୁକ୍ତ ଦ୍ବୟ ଆସି ମୋବାଇଲ ଫୋନ୍ ନେଇ ଫେରାର ମାରୁଥିଲେ। ଏହା ଦେଖି ହସ୍ପିଟାଲ ସୁରକ୍ଷାକର୍ମୀ ଉଭୟଙ୍କୁ କାବୁ କରିଥିଲେ। ଟାଉନ ଥାନା ପୁଲିସ ଖବର ପାଇ ଉଭୟଙ୍କ ପାଖରୁ ମୋବାଇଲ ଫୋନ୍ ଉଦ୍ଧାର କରିବା ସହ ଉଭୟଙ୍କୁ ଗିରଫ କରିଥିଲା।