ଚମ୍ପୁଆ: ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ହେଲେ ପାଣି ମିଳୁ ନଥିବାରୁ ଖରାଦିନେ ଲୋକେ କଲବଲ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଭଣ୍ଡା ପଞ୍ଚାୟତର ବାସୁଦେବପୁର ଗ୍ରାମରେ। ଏହି ଗ୍ରାମରେ ୨ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇବା ପାଇଁ ୨୦୧୭ରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି।
ପୂର୍ବରୁ ଲୋକେ ଠିକ୍ରେ ପାଣି ପାଉଥିଲେ। ପ୍ରକଳ୍ପରେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ଗତ ୨୦ ଦିନରୁ ଊର୍ଦ୍ଧ୍ବ ହେବ ଏହି ପ୍ରକଳ୍ପରୁ ଉପରସାହିର କିଛି ଲୋକ ପାଣି ପାଉଥିବା ବେଳେ ତଳସାହିକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପାଣି ପାଇଁ ଗ୍ରାମର ନଳକୂପ ନିକଟରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ୪୦ ଡିଗ୍ରି ଖରାରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପ୍ରକଳ୍ପ ମରାମତି କରି ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/42-6.jpg)