ପାର୍ସଲ ବୋମା ବିସ୍ଫୋରଣ ମୁଖ୍ୟ ଖଳନାୟକ ପୁଞ୍ଜିଲାଲଙ୍କୁ ଟ୍ରେନ୍‌ରେ ଗଲାବେଳେ ଏଇମାନେ ଦେଖିଥିଲେ

ବଲାଙ୍ଗିର: ପାର୍ସଲ ବୋମା ବିସ୍ଫୋରଣ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହରଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦୁଇଦୁଇଥର ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା।

ତେବେ ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍‌ ମେହେର ଟ୍ରେନ୍‌ ଯୋଗେ କଣ୍ଟାବାଞ୍ଜିରୁ ରାୟପୁର ଯାଇଥିଲେ ବୋଲି ଜେରା ସମୟରେ କହିଥିଲେ ହେଁ କ୍ରାଇମବ୍ରାଞ୍ଚ ପାଖରେ କୌଣସି ପ୍ରମାଣ ନଥିଲା। ତେଣୁ ଚୁପ୍‌ ରହିଥିଲେ। ଏବେ ଏହାର ପ୍ରମାଣ ମିଳିଛି। ପୁଞ୍ଜିଲାଲ୍‌ ରାୟପୁର ଯିବା ପୂର୍ବରୁ କଣ୍ଟାବାଞ୍ଜି ଷ୍ଟେସନ୍‌ରେ ଗାଡି ପାର୍କିଂ କରିଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ଏହାଛଡ଼ା ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ସେଠାରେ ଦେଖିଥିବା ନେଇ ଆଜି ସେମାନେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ ସେମାନଙ୍କ ବୟାନକୁ ରେକର୍ଡ଼ ତଦନ୍ତକୁ ଆଗକୁ ନେଉଛି।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ ନିଜ ଘରେ ସଞ୍ଜୁକ୍ତାଙ୍କ ପୁଅ ସୌମ୍ୟଶେଖର ଓ ନବବିବାହିତ ପତ୍ନୀ ରୀମାରାଣି ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ପରେ ଗୁରୁତର ଅବସ୍ଥାରେ ସୌମ୍ୟ ଓ ରୀମାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର