୨୫ ମାମଲାରେ ଅଭିଯୁକ୍ତ ଭେଟେରାନ ଚୋର ଆକାଶ ମୁଖୀ ଗିରଫ

ବାରିପଦା : ୨୫ ମାମଲାରେ ସମ୍ପୃକ୍ତ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨୪ କାଳିକାପୁର ଅଞ୍ଚଳର ଭେଟେରାନ ଚୋର ଆକାଶ ମୁଖୀ(୨୨)ଙ୍କୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଅଭିଯୁକ୍ତ ଆକାଶଙ୍କ ନିକଟରୁ ପୁଲିସ ଗୋଟାଏ ଲ୍ୟାପଟପ, ୬ ମୋବାଇଲ ଓ ଏକ ହଜାର ଟଙ୍କା ଜବତ କରିଥିବାର ଜଣାପଡ଼ିଛି । ସୂଚନା ଯୋଗ୍ୟଯେ, ଆକାଶ ମୁଖୀଙ୍କ ନାମରେ ବାରିପଦା ଟାଉନ ଥାନାରେ ପ୍ରଥମ ଥର ୨୦୧୪ ଫେବୃଆରୀ ୭ରେ ଆଇପିସି ଧାରା ୧୪୭, ୧୪୮, ୩୨୩, ୫୦୬, ୧୪୯ ଅନୁସାରେ କେଶ ନମ୍ବର ୩୧/୨୦୧୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଆକାଶଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଅନେଇ ନାହାନ୍ତି । ଆଜି ପର୍ଯ୍ୟନ୍ତ ବାରିପଦା ଟାଉନ ଥାନାରେ ମୋଟ ୨୫ଟି ମାମଲା ରୁଜୁ କରାଯାଇଛି । ପ୍ରତ୍ୟେକ ଥର ପୁଲିସ ଅଭିଯୁକ୍ତ ଆକାଶକୁ ଗିରଫ କରି କୋର୍ଟ ଚାଲାଣ କରିଆସୁଥିବା ସମୟରେ ପ୍ରତ୍ୟେକ ଥର ସେ ଜାମିନରେ ବାହାରକୁ ବାହାରି ଆସି ଅରାଧ କରିଚାଲିଛନ୍ତି । ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଅଭିଯୁକ୍ତ ଆକାଶଙ୍କ ନାମରେ ବାରିପଦା ଟାଉନ ଥାନାରେ ୨୦୧୪ରେ ୨ଟି, ୨୦୧୫ରେ ୧, ୨୦୧୬ରେ ୧, ୨୦୧୭ରେ ୪, ୨୦୧୮ରେ ୩, ୨୦୧୯ରେ ୩, ୨୦୨୦ରେ ସର୍ବାଧିକ ୮ ଏବଂ ୨୦୨୧ ମେ ୨୦ ସୁଦ୍ଧା ୩ଟି ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର