କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସି ପୁଲିସ ।
ଅଭିଯୁକ୍ତ ସରୋଜ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଚୋରି କରି ନେଉଥିବା ପୁଲିସ ପକ୍ଷରୁ କୁହାଯାଇଛି । ସରୋଜ କେବେ ଠାରୁ ଏହି ଚୋରିକାମରେ ନିୟୋଜିତ ହୋଇଥିଲା। ଆହୁରି କେତେ ମୋବାଇଲ ଚୋରି କରିଥିଲା ଓ ସେଗୁଡ଼ିକ କାହା ପାଖରେ ବିକ୍ରି କରଥିଲା ପୁଲିସ ତଦନ୍ତ କରିବ। ତେବେ ଏଣିକି ସହର ବିଭିନ୍ନ ଥାନା ପଡି ରହିଥିବା ମୋବାଇଲ ଚୋରି ଓ ହଜିବା ମାମଲା ଗୁଡିକୁ ଗୁରୁତର ଭାବେ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/CCTV-1.jpg)