ଲୁଟ୍ ପଇସାରେ ପ୍ରେମିକାକୁ ସୁନା ହାର ଉପହାର ଦେଇଥିଲା ଲୁଟେରା ପ୍ରେମିକ

ବଲାଙ୍ଗୀର: ଲୁଟ୍ ପଇସାରେ ପ୍ରେମିକାକୁ ସୁନା ହାର ଉପହାର ଦେଉଥିଲା ପ୍ରେମିକା। ସୁନା ଅଳଙ୍କାର ସହ ନଗଦ ଟଙ୍କା ଜବତ କରିଛି ବଲାଙ୍ଗୀର ସଦର ପୁଲିସ । ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ଡ଼ିକି ତାଡ଼ି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ସୋନପୁର ସହରର ଦୟାସାଗର ଛତ୍ରିଆ ।

ଗତ ଜୁଲାଇ ୧୭ ତାରିଖର ଏକ ଲୁଟ୍ ଘଟଣାର ଖୋଳତାଡ଼ କରୁକରୁ ପୁଲିସ ହାତରେ ଲାଗିଥିଲା ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡ଼ିକି ଭାଙ୍ଗି ଲୁଟ୍ କରୁଥିବା ଏମାନେ ସ୍ୱୀକାର କରିଛନ୍ତି । ୩ଜଣ ଲୁଟେରା ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଏବଂ ସୁନା ଗହଣା ଜବତ ହୋଇଛି । ଏହା ସହ ବାଇକ, ମୋବାଇଲ, ସିମକାର୍ଡ଼ ମଧ୍ୟ ଜବତ କରିଛି ପୁଲିସ ।

ଡ଼ିକି ତାଡ଼ି ଲୁଟ୍ କରିବା ପାଇଁ ବ୍ୟବହାର କରୁଥିବା ଯନ୍ତ୍ରପାତି ମଧ୍ୟ ଲୁଟେରାଙ୍କ ଠାରୁ ଜବତ କରିଛି ପୁଲିସ । ୩ଜଣ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଯାଞ୍ଚରୁ ଜଣାପଡ଼ିଛି ଦୟାସାଗର ଛତ୍ରିଆ ଲୁଟ୍ ପଇସାରେ ପ୍ରେମିକା ପାଇଁ ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର କିଣି ଉପହାର ଦେଇଥିଲା । ଏହି ସୁନା ଅଳଙ୍କାରକୁ ବି ଜବତ କରିଛି ପୁଲିସ ।

ସମ୍ବନ୍ଧିତ ଖବର