ସିସିଟିଭିରେ ପେଟ୍ରୋଲ ଚୋର

ମାଲକାନଗିରି: ମାଲକାନଗିରି ସହରରେ ଏବେ ମାତିଛନ୍ତି ପେଟ୍ରୋଲ ଚୋର। ଏମାନେ ରାତି ପ୍ରାୟ ଦୁଇଟା ପରେ ସକ୍ରିୟ ହୋଇଯାଉଛନ୍ତି। ଘର ବାହାରେ ରଖାଯାଇଥିବା ମୋଟର ସାଇକେଲଗୁଡିକରୁ ପେଟ୍ରୋଲ ଚୋରି କରି ନେଇଯାଉଥିବା ଚର୍ଚ୍ଚା ଜୋର ଧରିଛି।ସ୍ଥାନୀୟ ମଲିକେଶ୍ୱର ଲାଇନରେ ରହିଥିବା ଶଂକର ଶାହାଙ୍କ ବାଇକ୍‌ ଟାଙ୍କିରୁ ତେଲ ଚୋରି ହୋଇଥିଲା। ସିସିଟିଭି ଫୁଟେଜରେ ତିନି ଜଣ ଯୁବକ କାନ୍ଥ ଡେଇଁ ପଶି ତେଲ ଚୋରି କରୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ମାଲକାନଗିରି ଥାନାରେ ଏନେଇ ଏତଲା ଦାୟର କରିଥିଲେ। କେବଳ ଶଂକର ଶାହାଙ୍କର ନୁହେଁ ବରଂ ସହରର ଅଧିକାଂଶ ଅଞ୍ଚଳରେ ଏଭଳି ଘଟଣା ଘଟୁଛି। ପୋଲିସ ତୁରନ୍ତ ଏହି ଯୁବକଙ୍କୁ ଗିରଫ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର