ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ୩୮ଜଣ କୋଭିଡ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୮୧ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୨୪୨୧ଟି ରାପିଡ଼୍ ଆଣ୍ଟିଜେନ୍ ଓ ୮୮୦ଟି ଆର୍ଟି-ପିସିଆର୍ ପରୀକ୍ଷଣ ହୋଇଥିଲା। ମୋଟ ୩୩୦୧ଟି ସ୍ୱାବ ପରୀକ୍ଷଣରୁ ୩୮ ଜଣଙ୍କ ଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି।
ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୨, ବାଲିପାଟଣାରୁ ୩, ଭୁବନେଶ୍ୱର ବ୍ଲକରୁ ୮, ଜଟଣୀରୁ ୮, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୬, ବେଗୁନିଆରୁ ୨, ବୋଲଗଡ଼ରୁ ୧, ଟାଙ୍ଗୀରୁ ୫, ଚିଲିକା-ବାଲୁଗାଁରୁ ୩ଜଣ ସଂକ୍ରମିତ ହୋଇଥିବା ବେଳେ ବାଣପୁରରୁ ଆଜି କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ଅପରପକ୍ଷରେ ଚିକିତ୍ସାଧୀନଙ୍କ ମଧ୍ୟରୁ ୮୧ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୩୮ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/corona-cdc-13.jpg)