ଆଠଗଡ: ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁ ଭାବବିହ୍ୱଳ ନିବେଦନ କରିଛନ୍ତି। ସେ କହିଛନ୍ତି ଏହା ମୋର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ତାଙ୍କୁ ଶେଷ ଥର ସୁଯୋଗ ଦେବାକୁ ସେ ଅପିଲ କରିଛନ୍ତି।
ସଭାମଞ୍ଚରେ ଆଠଗଡବାସୀଙ୍କୁ ମନଖୋଲି ହୃଦୟର କଥା ବିଜେଡି ବିଧାୟକ ପ୍ରାର୍ଥୀ ରାଜା ସ୍ୱାଇଁ କହିଛନ୍ତି । ସଭାକୁ ସମ୍ବୋଧିତ କରି କହିଛନ୍ତି ଆଠଗଡରୁ ଦୀର୍ଘ ସମୟ ହେଲା ଲଗାତାର ବିଧାୟକ ରହିଆସିଛି ।
ଏଇଟା ମୋର ଶେଷ ନିର୍ବାଚନ ଲଢେଇ, ତେଣୁ ଆଠଗଡବାସୀଙ୍କ ସେବା କରିବା ପାଇଁ ଶେଷ ଥର ସୁଯୋଗ ଦିଅନ୍ତୁ। ସଭାରେ ଉପସ୍ଥିତ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ରାଜାଙ୍କର ଏଥର ଶେଷ ଲଢେଇ, ତେଣୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Raja-Swain-Says-This-is-My-Last-Election_Thumbnail.jpg)