ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ରେ ଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ଚଳିତବର୍ଷ ହେବ ନାହିଁ ମକର ମେଳା। ୩୧ ତାରିଖ ପର୍ଯ୍ୟନ୍ତ ଜନ ଗହଳି ଓ ସମାବେଶ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ତେଣୁ ଚଳିତବର୍ଷ ଏଠାରେ ମକର ମେଳା ବନ୍ଦ କରାଯାଇଛି। ଭୀମକୁଣ୍ଡରେ ମକର ସଂକ୍ରାନ୍ତିରେ ୩ ଦିନ ଧରି ମେଳା ହୋଇଥାଏ।
/sambad/media/post_attachments/wp-content/uploads/2021/01/adb4c37b-9669-4613-b539-b60e68a37176-768x1024.jpg)
ଏହି ଅବସରରେ ବୈତରଣୀରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ କଟକଣା ପାଇଁ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବାରୁ ବଞ୍ଚିତ ହେବେ। ଏନେଇ ପାଟଣା ବ୍ଲକ୍ କାର୍ଯ୍ୟାଳୟରେ ବିଧାୟକ ଜଗନ୍ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ବିଡିଓ ଈଶ୍ୱର ଚନ୍ଦ୍ର ନାୟକ, ତହସିଲଦାର ଶିବପ୍ରସାଦ ମୁର୍ମୁ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/79b5eda8-ad9a-4843-a523-7d03ceb37428.jpg)